ଆମେ ବିଶ୍ୱସ୍ତରୀୟ ଉପଶୀର୍ଷକ ଆରମ୍ଭ କଲୁ କାରଣ ଆମେ ବିଶ୍ୱାସ କରୁ ଯେ ଯାହା ଆପଣ ଯେକୌଣସି ୱେବ୍ସାଇଟ୍ରେ ପ୍ରୟୋଗ କରିପାରିବେ ଅନୁବାଦ ମଧ୍ୟ କରିପାରିବେ । ୱେବ୍ରେ ପ୍ରତ୍ୟେକ ଭିଡିଓର ଉପଶୀର୍ଷକ ରହିବା ଉଚିତ । ଲକ୍ଷ ଲକ୍ଷ ବଧିର ଦର୍ଶକ ଭିଡିଓ ଦେଖିବା ପାଇଁ ଉପଶୀର୍ଷକ ଆବଶ୍ୟକ କରନ୍ତି । ଭିଡିଓନିର୍ମାତା ଓ ୱେବ୍ସାଇଟ୍ମାନେ ଏ କଥା ଧ୍ୟାନରେ ରଖିବା ଉଚିତ । ଉପଶୀର୍ଷକ ଅଧିକ ଦର୍ଶକ ଓ ଭଲ ସନ୍ଧାନ କ୍ରମାଙ୍କନ ଦେଇଥାଏ । ବିଶ୍ୱସ୍ତରୀୟ ଉପଶୀର୍ଷକ କୌଣସି ଭିଡିଓରେ ଉପଶୀର୍ଷକ ତିଆରି କରିବା ପାଇଁ ସାହାଯ୍ୟ କରେ । ୱେବ୍ର କୌଣସି ଭିଡିଓ ବାଛନ୍ତୁ, ୟୁଆର୍ଏଲ୍ ଆମ ୱେବ୍ସାଇଟ୍ରେ ଦିଅନ୍ତୁ ଏବଂ ସଂଳାପ ଅନୁଯାୟୀ ଉପଶୀର୍ଷକ ତିଆରି କରନ୍ତୁ । ତା ପରେ, ଭିଡିଓ ଅନୁସାରେ ଉପଶୀର୍ଷକ ଦିଅନ୍ତୁ । କାମ ଶେଷ - ଆମେ ଆପଣଙ୍କୁ ଭିଡିଓର ଗୋଟେ କୋଡ୍ ଦେବୁ ଯେଉଁଠି, ଦର୍ଶକମାନେ ଉପଶୀର୍ଷକ ବ୍ୟବହାର କରିପାରିବେ ଏବଂ ଆମେ ୟୁଟ୍ୟୁବ୍, ବ୍ଲିପ୍ ଟିଭି, ୟୁଷ୍ଟ୍ରିମ୍ ଇତ୍ୟାଦିର ଭିଡିଓ ସପୋର୍ଟ୍ କରୁଛୁ । ତା ସହିତ ଆମେ ସବୁବେଳେ ନୂଆ ସେବା ଆରମ୍ଭ କରୁଛୁ । ବିଶ୍ୱସ୍ତରୀୟ ଉପଶୀର୍ଷକ ଅନେକ ଲୋକପ୍ରିୟ ଭିଡିଓ ଫର୍ମାଟ୍ରେ କାମ କରେ, ଯଥା ଏମ୍ପି୪, ଥିଓରା, ୱେବ୍ଏମ୍ ଓ ଏଚ୍ଟିଏମ୍ଏଲ୍୫ । ଆମର ଲକ୍ଷ୍ୟ ହେଉଛି ୱେବ୍ର ପ୍ରତ୍ୟେକ ଭିଡିଓ ଉପଶୀର୍ଷକଯୁକ୍ତ ହେବା ଯାହା ଫଳରେ ଆବଶ୍ୟକ କରୁଥିବା ବ୍ୟକ୍ତି ପାଇଁ ଭିଡିଓ କିଛି ଅଧିକ ସାହାଯ୍ୟ କରିବ ।